Odia News Portal

ରାଜଧାନୀରେ ଡେଙ୍ଗୁ ଆତଙ୍କ

ଡରାଇଲାଣି ଡେଙ୍ଗୁ। ରାଜଧାନୀରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା।  ଡେଙ୍ଗୁ ପାଇଁ ହଟସ୍ପଟ ପାଲଟିଛି ଭୁବନେଶ୍ୱର। କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟାର ଘୋର ଅଭାବ ଦେଖା ଦେଇଛି। ଡେଙ୍ଗୁକୁ ନେଇ ଚିନ୍ତାଜନକ ସ୍ଥିତି ଥିବା ସ୍ୱୀକାର କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ।

୪୦ରୁ ଅଧିକ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିୟମିତ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି।  ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ୱାର୍ଡ ସଂଖ୍ୟା ବୃଦ୍ଧି କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ନିୟମିତ ଭାବେ ଦୈନିକ ପାଖାପାଖି ୧୦୦ଡେଙ୍ଗୁ ଚିହ୍ନଟ ହେଉଛନ୍ତି।  ସେଥି ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହେଉଛନ୍ତି ଶତକଡା ୯୫ପ୍ରତିଶତ ରହିଛନ୍ତି।  ବର୍ତ୍ତମାନ ସହରାଞ୍ଚଳରୁ ବସ୍ତିକୁ ବ୍ୟାପିଛି ଡେଙ୍ଗୁ। ସାଲିଆ ସାହିରେ ୧୦୦ପାର ହୋଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ।