ମହାରାଷ୍ଟ୍ରର ସିନ୍ଧେ ସରକାର ବିଧାନ ସଭାରେ ଆସ୍ଥା ଭୋଟ ଜିତିବାର ଗୋଟିଏ ଦିନ ପରେ ଉପ ମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ଖୁବ୍ ଶୀଘ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ। ଆଜି ନାଗପୁର ଏୟାରପୋର୍ଟ ରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରିବାକୁ ଯାଇ ସେ କହିଛନ୍ତି ରାଜ୍ୟ ର ବିଦର୍ଭା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଅ ଯିବ। ସେ ଏହା ମଧ୍ୟ କହିଛନ୍ତି କି ” ଖୁବ୍ ଶୀଘ୍ର କ୍ୟାବିନେଟ୍ ସମ୍ପ୍ରସାରଣ ହେବାକୁ ଯାଉଛି “।
ରାଜ୍ୟ ରେ ନୂଆ ସରକାର ଆସିବା ପରେ ଆଜି ସେ ନିଜ ଅଞ୍ଚଳ ନାଗପୁର ରେ ପହଞ୍ଚିଥିଲେ। ସେଠାରେ ନୂତନ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ପତ୍ନୀ ଅମୃତା ଫଡନାଭିସ ଓ ବିଜେପି କାର୍ଯ୍ୟକର୍ତ୍ତା ମାନେ ସ୍ବାଗତ କରିଥିଲେ। ତାଙ୍କ ସମର୍ଥକ ମାନଙ୍କ ଦ୍ଵାରା ଏୟାରପୋର୍ଟ ରୁ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ନାଗପୁର ଅଣା ଯାଇଥିଲା।
ଗତ ମାସ ରେ ଏକନଥ ଶିନ୍ଧେ ଉଦ୍ଧବ ଠାକରେ ଙ୍କ ସରକାର ବିରୋଧ ରେ ବିଦ୍ରୋହ ଘୋଷଣା କରିବା ପରେ ତାଙ୍କ ସରକାର ଅଳ୍ପମତ କୁ ଆସି ଯାଇଥିଲା ଓ ପରେ ମହା ବିକାଶ ଆଗାଡ଼ି ସରକାର ର ପତନ ହୋଇଥିଲା।
ଜୁନ ୩୦ ରେ ସୀନ୍ଧେ ବିଜେପି ର ସମର୍ଥନ ରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ ଓ ତାଙ୍କ ସହ ବିଜେପି ର ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଥିଲେ। ସୋମବାର ଶୀନ୍ଧେ ସରକାର ବିଧାନସଭା ରେ ବହୁମତ ସାବ୍ୟସ୍ତ କରିଥିଲେ। ଏହା ପରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କୁ ନେଇ ଶିନ୍ଧେ କହିଛନ୍ତି ” ମୁଁ ଓ ଦେବେନ୍ଦ୍ର ଫଡନାଭିସ ଆଲୋଚନା କରିବା ପରେ କ୍ୟାବିନେଟ୍ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନ ହେବ। ଆମେ ବିଜେପି ର ରାଷ୍ଟ୍ରୀୟ ନେତୃତ୍ୱ ସହ ମଧ୍ୟ ଏ ପ୍ରସଙ୍ଗ ରେ ଆଲୋଚନା କରିବୁ ।”
