Odia News Portal

ଧାମନଗର ଉପନିର୍ବାଚନ: ବିଜେଡି- ବିଜେପି ମଧ୍ୟରେ କଡା ଟକ୍କର

 ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଧାମନଗର ଉପ ନିର୍ବାଚନରେ ଚର୍ତୁକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା କୁହାଯାଉଥିଲେ ମଧ୍ୟ ମୁଖ୍ୟତଃ ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ସିଧା ସଳଖ ଲଢ଼େଇ ଚାଲିଛି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା ଯେଉଁ ଥିରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଆଗରେ ଥିବା ବେଳେ ପଛରେ ପଡିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ। ତଥାପି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି ସମସ୍ତଙ୍କ ନଜର।

ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୮୭୬୭ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୩୫୮ଖଣ୍ଡ ଭୋଟ । ସେହିପରି କଂଗ୍ରେସ ପ୍ରାର୍ଥୀ ୧୬୨ ଖଣ୍ଡ ଭୋଟ ପାଇଥିବା ବେଳେ ଅନ୍ୟାନ୍ୟ ୫୯୭ ଖଣ୍ଡ ଭୋଟ ପାଇଛନ୍ତି । ଆଗାମୀ ରାଉଣ୍ଡରେ ସଂଖ୍ୟା ବେଶ୍‌ ମଜାଦାର ହେବ ବୋଲି ଅନୁମାନ କରାଯାଉଛୁ ।

ତଥ୍ୟ ଅନୁଯାୟୀ,ଭୋଟ ଗଣତି ପାଇଁ ଜିଲ୍ଲା ସଂସ୍କୃତି ଭବନରେ ୧୪ଟି ଟେବୁଲ କରାଯାଇଛି । ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ଆଉ ଏକ ଟେବୁଲ ରହିଛି । ଯେଉଁଠାରେ ଚୂଡ଼ାନ୍ତ ଫଳାଫଳକୁ ନିରୀକ୍ଷଣ କରାଯାଇ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି ।
ମୋଟ ୧୮ଟି ରାଉଣ୍ଡରେ ମତଗଣନା ଶେଷ ହେବ। ଚଳିତ ଉପନିର୍ବାଚନରେ ୬୬.୬୩ ପ୍ରତିଶତ ଭୋଟ୍‌ ହୋଇଥିଲା ।