Odia News Portal

ଆନ୍ଦୋଳନ ର ୫ଦିନ ପରେ ବି ପ୍ରଶାସନ ନିରବ

ଧର୍ମଗଡ଼ ବ୍ଲକ୍ ଵେହେରାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଚଳିଥବା ତାଲାବନ୍ଦ ଆନ୍ଦୋଳନ ଆଜି ଷଷ୍ଠ ଦିନ ରେ ପହଞ୍ଚିଛି । ହେଲେ ପ୍ରଶାସନ ଆନ୍ଦୋଳନକାରିଙ୍କ ମାଧ୍ୟମରେ ବାହାରି ପାରିନି କୌଣସି ଫଳାଫଳ।ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ଯୋଗାଇବା ସହ ଡେପୁଟି ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରେ ପୁନଃ ସ୍ଥାପନ ଦାବି ନେଇ ଆଜକୁ ଛଅ ଦିନ ହେବ ସ୍କୁଲ ରେ ତାଲା ପକେଇ ଆନ୍ଦୋଳନ ରେ ବସିଛନ୍ତି ଗ୍ରାମବାସୀ। ବିଦ୍ୟାଳୟରେ ସର୍ବମୋଟ ୪୧୧ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ କେବଳ ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି।ଯାହା ଆବଶ୍ୟକତା ଠାରୁ କମ। ଗୋଟିଏ ପଟେ ବିଦ୍ୟାଳୟରେ କମ ଶିକ୍ଷକ ଥିବା ବେଳେ ଅନ୍ୟପଟେ ଏଥିରୁ ପୁଣି ଦୁଇ ଜଣ ଶିକ୍ଷକ ଙ୍କୁ ଅନ୍ୟତ୍ର ଡେପୁଟି ଭାବେ ସ୍ଥାନାନ୍ତର କରଯାଇଛି।ଯାହା ସ୍କୁଲ କମିଟି ଓ ଗ୍ରାମବାସୀ ଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।ଡେପୁଟି ଶିକ୍ଷକ,ଶିକ୍ଷୟିତ୍ରୀ କୁ ପୁନଃ ସ୍ଥାପନ ସହ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ଗ୍ରାମବାସୀ ଅନେକ ଥର ଜଣାଇବା ସହ ଗତ ଏପ୍ରିଲ ଚାରି ତାରିଖ ଦିନ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟ ଠାରେ ଲିଖିତ ଅଭିଯୋଗ ସହ ଧାରଣାରେ ବସିଥିଲେ।ହେଲେ ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ।ଯାହାରି ଫଳରେ ଏବେ ଆନ୍ଦୋଳନ ରୂପ ନେଇଛି।