Odia News Portal

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଗ୍ରାମବାସୀ

ନାହିଁ ନାହିରେ ବିଦ୍ୟାଳୟ ଚାଲୁଥିବା ବେଳେ ଅନ୍ୟପଟେ ପ୍ରଶାସନ ର କୋହୁତକ ନୀତି।ବିଦ୍ୟାଳୟ ରେ ଶିକ୍ଷକ ଆବଶ୍ୟକ ଥିବାବେଳେ ସଂପୃକ୍ତ ବିଭାଗ ଅଧିକାରୀ ବିଦ୍ୟାଳୟ ରୁ ଶିକ୍ଷକ ଙ୍କୁ କାଢି ନେବା ବିଷୟ ସମସ୍ତ ଙ୍କୁ ଚକିତ କରିଛି।ଏଭଳି ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରାଗୁଡା ବିଦ୍ୟାଳୟ ଦେଖିବାକୁ ମିଳିଛି।ସୁଚନା ମତାବକ ବିଦ୍ୟାଳୟ ରେ ମୋଟ ୪ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ତେବେ ଛାତ୍ରଛାତ୍ରୀ ତୁଳନାରେ ମୋଟ ଚଉଦ ରୁ ପନ୍ଦର ଜଣ ଶିକ୍ଷକ ରହିବା ସ୍ଥଳରେ କେବଳ ମାତ୍ର ଛଅ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି।ଏହାର ପ୍ରତିବାଦ ରେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟ ଠାରେ ଧାରଣାରେ ବସିଛନ୍ତି ଗ୍ରାମବାସୀ ।
ସୂଚନାଯେ-ପ୍ରାଥମିକ ସ୍ତରରେ ଦୁଇଶହ ଚାଳିଶ ଜଣ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଶହେ ପଞ୍ଚା ଅଶି ଜଣ ଛାତ୍ର ଛାତ୍ର ଅଧ୍ୟୟନ କରୁଛନ୍ତି ,କିନ୍ତୁ ଏଠି ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ନ ଥିବା ଯୋଗୁଁ ଛାତ୍ର ଛାତ୍ରୀ ଉପଯୁକ୍ତ ଶିକ୍ଷାଦାନ ପାଇବାରୁ ବଞ୍ଚିତ ହେଉଛନ୍ତି, ଓ ତାଙ୍କ ଭବିଷ୍ୟତ ଅନ୍ଧାର ମୁହଁ କୁ ଠେଲି ହୋଇ ଯାଉଛି, ବାରମ୍ବାର ଆବଶ୍ୟକ ଶିକ୍ଷକ ଯୋଗାଇବା ପାଇଁ ପ୍ରଶାସନ କୁ ଜଣାଇ ଛନ୍ତି କିନ୍ତୁ କୌଣସି ସୁଫଳ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ ।ତେବେ ଶିକ୍ଷକ ନିଯୁକ୍ତି ଦେବା ବଦଳରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଉ ସ୍ୱାର୍ଥ ରେ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ବଦଳି ( ଡେପୁଟି) କରିଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଯଥାଶୀଘ୍ର ଆବଶ୍ୟକ ଶିକ୍ଷକ ଓ ଅନ୍ୟ ବିଦ୍ୟାଳୟରେ ନିୟୋଜିତ କରାଯାଇଥିବା ଚାରି ଶିକ୍ଷକ କୁ ଫେରାଇ ଆଣିବାପାଇଁ ତାଙ୍କ ଦାବି ତ୍ର ରେ ଉଲ୍ଲେଖ କରିଛନ୍ତି। ନ ହେଲେ ଆଗାମୀ ଦିନରେ ସ୍କୁଲ ରେ ତାଲାବନ୍ଦ ଆନ୍ଦୋଳନ କରାଯିବ ସହ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
ଧାରଣା ସ୍ଥଳରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ଆସନ୍ତା ଜୁଲାଇ ମାସ ସୁଧା ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।