Odia News Portal

ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଯୋଗୁଁ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ି ଚାଲିଛି

ଭୁବନେଶ୍ୱର() ଆଜି ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ଲୋକାର୍ପିତ ହୋଇଛି। ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ‘ସମ୍ମମ୍’ ଉଦ୍ଘାଟିତ ହେଇଛି ।

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଯୋଗୁଁ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ି ଚାଲିଛି । ଏନେଇ ସେ ଧନ୍ୟବାଦ ମଧ୍ୟ ତାଙ୍କୁ ଜଣାଇଛନ୍ତି ।