ଆସନ୍ତା ୨୮ ରେ ଧଉଳିସ୍ତୁପକୁ ପୁରୁଛି ୫୦ ବର୍ଷା । ଏହି ଅବସରରେ ସ୍ତୁପ ପରିସରରେ ପାଳିତ ହେବାକୁ ଯାଉଚି ଗୋଲ୍ଡେନ ଜୁବୁଲି ସମାରୋହ। ଏଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ଧଉଳିସ୍ତୁପ ପରିଭ୍ରମଣ କରି ସ୍ଥିତି ସମୀକ୍ଷା କରିଛନ୍ତି । ସୁବର୍ଣ୍ଣ ଜୟନ୍ତୀ ଅବସରରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ଯକ୍ରମକୁ ପ୍ରାଧାନ୍ୟ ଦେଇଛନ୍ତି ।ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିିସି) ପକ୍ଷରୁ ଓଡ଼ିଶା ଐତିହ୍ୟ ପଦଯାତ୍ରା (ଓଡ଼ିଶା ୱାକ୍ସ) କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ପୁରାତନ ଐତିହ୍ୟ ପୀଠ ସହିତ ସଂପର୍କ ଯୋଡ଼ିବାର ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଶୁକ୍ରବାରଠାରୁ ରବିବାର ତିନିଦିନ ଧରି ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଭୁବନେଶ୍ୱର ପର୍ଶୁରାମେଶ୍ୱର ମନ୍ଦିରଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।