Odia News Portal

ଦିଲ୍ଲୀ ଜୋତା କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ମାୟାପୁରୀ ଅଞ୍ଚଳରେ ଶନିବାର ଏକ ଜୋତା କାରଖାନାରେ ନିଆଁ ଲାଗିଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ୨୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ୯୦ ଜଣ ଅଗ୍ନିସମ କର୍ମଚାରୀ ଲୋକଙ୍କ ଉଦ୍ଧାର ସହ ନିଆଁ ଲିଭାଇବା କାମରେ ଲାଗିଛନ୍ତି। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କେହି ହତାହତ ହେବାର ସୂଚନା ନଥିବା ଦମକଳ ବିଭାଗ ଅଧିକାରୀଙ୍କ ସୂଚନାରୁ ଜଣାପଡିଛି।

ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ତେବେ ମାୟାପୁରୀ ଫେଜ୍-୨ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଜୋତା କାରଖାନାରେ ନିଆଁ ଲାଗିଥିବା ଜଣାପଡିଥିଲା। ସୂଚନା ମିଳିବାମାତ୍ରେ ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଜାରି ରଖିଛି। ଏଠାରେ ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ରାସ୍ତା  ସାମାନ୍ୟ ସଂକିର୍ଣ୍ଣ। ଏଣୁ ନିଆଁ ଆୟତ୍ତ ଲାଗି ଦମକଳଗାଡିକୁ କଷ୍ଟକର ହୋଇପଡୁଛି। ତଥାପି ଅଗ୍ନିସମ କର୍ମଚାରୀମାନେ ନିଆଁ ଲିଭାଇବା ଲାଗି ପାରୁପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଛନ୍ତି।