Odia News Portal

ଖେଲୋ ଇଣ୍ଡିଆ ପ୍ରତିଯୋଗୀତାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଆସନ୍ତା ଫେବୃୟାରୀ ୨୨ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗୀତାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ଏହି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ପେଟ୍ରୋଲିୟମ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଶ୍ରୀ ପ୍ରଧାନ ଏ ସମ୍ପର୍କରେ ଟ୍ୱିଟ୍ କରି କହିଛନ୍ତି ଯେ, ୧୦୦ରୁ ଉର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟର ପ୍ରତିଯୋଗୀ ଅଂଶଗ୍ରହଣ କରିବାର ମୂକସାକ୍ଷୀ ହେଉଛି ଖେଲୋ ଇଣ୍ଡିଆ ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗୀତା । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସାରାଦେଶର କ୍ରୀଡା ପ୍ରତିଭାକୁ ଖୋଜି ବାହାର କରିବାରେ ବିଶାଳ ମଂଚ ଭାବରେ କାମ କରିବ । ଖେଲୋ ଇଣ୍ଡିଆ ବିଶ୍ୱସ୍ତରୀୟ କ୍ରୀଡା ପ୍ରତିଯୋଗୀତାକୁ କିପରି ବଡ ଓ ଉନ୍ନତମାନର ଭାବେ ଆୟୋଜନ କରାଯାଇବ ସେ ନେଇ ପ୍ରସ୍ତୁତି ସମୀକ୍ଷା ବୈଠକରେ ଆଲୋଚନା କରାଗଲା । ଏହାସହ ବିଶ୍ୱ କ୍ରୀଡାର ଗନ୍ତବ୍ୟସ୍ଥଳ ଭାବେ ଓଡିଶାର ପ୍ରତିଷ୍ଠାକୁ ଆହୁରି ବଢାଇବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।