Odia News Portal

୨୬ରେ ଅଯୋଧ୍ୟା ମାମଲାର ଶୁଣାଣି

ଅଯୋଧ୍ୟା : ୨୬ରେ ଅଯୋଧ୍ୟା ମାମଲାର ଶୁଣାଣି । ଆସନ୍ତା ୨୬ ତାରିଖରେ ସଂବେଦନଶୀଳ ରାମଜନ୍ମଭୂମି ବାବରୀ ମସଜିଦ ମମଲାର ଶୁଣାଣି ଆରମ୍ଭ କରିବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ  ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଖଣ୍ଡପୀଠରେ ଜଷ୍ଟିସ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ବୋବଡେ,  ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସଏ ନାଜିର ଅଛନ୍ତି ।  ଗତ ଜାନୁୟାରୀ ୨୯ରେ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇଦିଆଯାଇଥିଲା ।  ୨୦୧୮ ଅକ୍ଟୋବରରୁ ରାମ ଜନ୍ମଭୂମୀ-ବାବ୍ରୀ ମସଜିଦ୍ ମାମଲାର ଶୁଣାଣି ଘୁଞ୍ଚିଘୁଞ୍ଚି ଚାଲିଛି । ଜାନୁଆରି ୪ ତାରିଖରେ ମୁଖ୍ୟବିଚାରପତି ଗୋଗୋଇ ଏହି ମାମଲାର ବିଚାର ଲାଗି ଏକ ଖଣ୍ଡପୀଠ ଗଠନ କରିଥିଲେ। କିନ୍ତୁ ଜାନୁୟାରୀ ୧୦ ତାରିଖରେ ଜଷ୍ଟିସ୍ ୟୁ.ୟୁ ଲଲିତ ବିଚାରରୁ ଓହରି ଯିବାକୁ ଇଚ୍ଛାପ୍ରକାଶ କରିଥିଲେ।