Odia News Portal

ଦୀପାବଳିରେ ଯେକୌଣସି ଅଘଟଣ ପ୍ରସ୍ତୁତ ରହିଛି ଅଗ୍ନିଶମ ବାହିନୀ

ସମସ୍ତ ଅଗ୍ନିଶମ ଅଧିକାରୀ ଓ ଆଗ୍ନିକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଗ୍ନିଶମ ବିଭାଗ ସୂଚନା ମୁତାବକ, ୪ଟି ଦମକଳ ଗାଡି଼ ସହର ସାରା ପଇଁତରା ମାରିବ । ଏଗୁଡି଼କ ୧ ନମ୍ବର ହାଟ, ସହିଦନଗର, ନୂଆପଲ୍ଲୀ, ଲକ୍ଷ୍ମୀସାଗର ଅଞ୍ଚଳରେ ବୁଲିବ । କେଉଁଠି ଅଘଟଣ କିମ୍ବା ଅଗ୍ନିକାଣ୍ଡ ଘଟିଲେ, ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିବେ । ସେହିପରି ୧୫୦ ଜଣିଆ ଅଧିକାରୀ ଓ ଆଗ୍ନିକଙ୍କୁ ନେଇ ୧୫ଟି ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ଦୀପାବଳି ପାଇଁ ସଜାଗ ରହିବ । ପ୍ରତି ଟିମ୍‌କୁ ଜଣେ ଲେଖାଏଁ ଷ୍ଟେସନ ଅଫିସର ନେତୃତ୍ୱ ନେବେ । ତାଙ୍କ ଅଧୀନରେ ୨ଜଣ ଆସିଷ୍ଟାଣ୍ଟ ଫାୟାର ଅଫିସର, ଡେପୁଟି ଫାୟାର ଅଫିସର, ଫାୟାର ଅଫିସର ରହିବେ । ଏହାବାଦ୍‌ ପ୍ରତି ଟିମ୍‌ରେ ୮ଜଣ ଲେଖାଏଁ ଆଗ୍ନିକ ସବୁବେଳେ ସଜାଗ ରହିବେ । ଧୂଆଁ ନିସ୍କାସନ ଯନ୍ତ୍ର, ଅଗ୍ନି ନିର୍ବାପକ ଯନ୍ତ୍ର ପରି ବହୁ ଅତ୍ୟାଧୁନିକ ସାମଗ୍ରୀ ଟିମ୍‌ରେ ମହଜୁଦ୍‌ ରଖାଯାଇଛି ।