ପାଗଳ କୁକୁର କାମୁଡାରେ ୩ ବର୍ଷର ଝିଅ ମୃତ । ଘର ବାହାରେ ଖେଳୁଥିବା ବେଳେ ଝୁଣି ମାରିଦେଲା କୁକୁର । କୁକୁର କାମୁଡାରେ ଆଉ ୧୨ ଜଣ ଲୋକ ଆହତ । ପାଟଣାଗଡ ବ୍ଲକ ବାଲିପଟାଗାଁରେ ପାଗଳ କୁକୁର ଆତଙ୍କ ।
ସୂଚନା ଅନୁସାରେ, ଏବେ ବଲାଙ୍ଗିର ପାଟଣାଗଡର ବାଲିପଟାଗାଁରେ ପାଗଳ କୁକୁର ଆତଙ୍କ ଦେଖାଯାଇଛି । ଏହି କୁକୁରର ଆକ୍ରମଣରେ ଆଜି ଏକ ୩ ବର୍ଷର ଝିଅ ମୃତ୍ୟୁବରଣ କରିଛି । ଯାହାକୁ ନେଇ ଭୟ ଆହୁରି ବଢିଯାଇଛି । କେବଳ ସେତିକି ନୁହେଁ, ଘର ବାହାରେ ଖେଳୁଥିବା ସମୟରେ କୁକୁରର ଶିକାର ହୋଇଥିଲା ଏହି କୁନି ବାଳିକା । ପିଲାଟିକୁ ଝୁଣି ଝୁଣି ମାରି ଦେଇଥିବା ନେଇ ଜାଣିବାକୁ ମିଳିଛି । ଏହା ବ୍ୟତୀତ କୁକୁର କାମୁଡାରେ ଆଉ ୧୨ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି । ଯାହାକୁ ନେଇ ଏବେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।