Odia News Portal

ମୋ ଭାଇ ମିଛୁଆ

ଆମେରିକା() ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଭଉଣୀ କଥିତ ରୂପେ ମିଛୁଆ ଓ କ୍ରୁର କହିଛନ୍ତି । ବାସ୍ତବିକ୍‌ ଟ୍ରମ୍ପଙ୍କର ଭଉଣୀ ଓ ପୂର୍ବତନ ଫେଡରଲ ଜଜ୍‌ ମାରିଆନି ଟ୍ରମ୍ପ ବେରୀଙ୍କର ଏକ ଅଡ଼ିଏ ଟେପ୍‌ ଏବେ ଲିକ୍‌ ହୋଇଛି। ଦାବି କରାଯାଉଛି କି ଏହି ଅଡିଓ କ୍ଲିପ୍‌କୁ ନେଇ ମାରିଆନି ଟ୍ରମ୍ପ ବେରୀଙ୍କର ଭଣଜା କହିଥିଲେ କି , ମୁଁ ନିଜର ମାଇଁଙ୍କୁ ଗୁପ୍ତଚର ତରିକାରେ ଏଥିପାଇଁ ରେକର୍ଡ କରିଥିଲି , ଯାହାକି କିଛି ବି ଆଇନ୍‌ ସମସ୍ୟା ବେଳେ ରକ୍ଷା କରିହେବ।

କୁହାଯାଉଛି କି , ଏହି ଅଡ଼ିଓ ଟେପ୍‌ରେ ହୋଇଥିବା କଥାବାର୍ତ୍ତାକୁ ସବୁଠୁ ପ୍ରଥମେ ୱାଶିଂଟନ ପୋଷ୍ଟ ନିଜର ଖବରକାଗଜରେ ପ୍ରକାଶିତ କରିଥିଲା । ଏହାପରେ ଅନ୍ୟ ମିଡ଼ିଆ ସଂସ୍ଥାମାନେ ମଧ୍ୟ ଏହି ଟେପ୍‌କୁ ନିଜର ଖବରରେ ସ୍ଥାନ ଦେଇଥିଲେ । ଏହି ଟେପ୍‌ରେ କଥିତ ରୂପେ ମାରିଏନ୍‌ ଟ୍ରମ୍ପ ବେରି ଟ୍ରମ୍ପଙ୍କ ବିଷୟରେ କହିଥିଲେ କି ତାଙ୍କର ଟ୍ୱିଟ୍‌ ବେକାର ଓ ମିଛରୁ ଇଶ୍ୱର ହିଁ ବଞ୍ଚାଇବେ , ଏହା ଧୋକାବାଜ ଓ କ୍ରୁରତା ।

ଏହା ବି କୁହାଯାଉଛି କି ଏହି ଟେପ୍‌ରେ ମାରିଏନ୍‌ ଟ୍ରମ୍ପ ବେରି ଡୋନାଲ୍ଡ ଟ୍ରମ୍ପଙ୍କର ନୁହେଁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଜୋଏ ବିଡେନ୍‌ଙ୍କର ସମର୍ଥନ କରିବାର ଶୁଣାଯାଉଛି । ଏହି ଗୁପ୍ତଚର ଉପାୟରେ ରେକର୍ଡିଂରେ ବେରୀ ଟ୍ରମ୍ପ ପ୍ରଶାସନର ମାଇଗ୍ରେସନ ନୀତିକୁ ନିନ୍ଦା କରିଛନ୍ତି । ଏହା କୁହାଯାଉଛି କି ଏହି ଅଡିଓ ରେକର୍ଡିଂ ୨୦୧୮-୧୯ ମସିହାରେ କରାଯାଇଛି ।