Odia News Portal

ଦିଲ୍ଲୀ କ୍ୟାପିଟାଲକୁ ଡବଲ୍ ଝଟକା

ଅଲରାଉଣ୍ଡର ଅକ୍ଷରଙ୍କୁ କରୋନା

ନୂଆଦିଲ୍ଲୀ,୩ା୪(ଏଜେନ୍ସି): ଦିଲ୍ଲୀ କ୍ୟାପିଟାଲକୁ ଲାଗିଛି ଡବଲ୍ ଝଟକା । ପ୍ରଥମେ ଅଧିନାୟକ ଶ୍ରେୟାସ ଆୟାର ଆହତ ସମସ୍ୟା ପଡ଼ିଥିବାବେଳେ ଏବେ ଅଲ୍ରାଉଣ୍ଡର ଅକ୍ଷର ପଟେଲ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି ।

ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍-୧୪ ସିିଜିନ୍ । ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଅ ।ଇପିଏଲର ଅନ୍ୟତମ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଶକ୍ତ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ କରୋନା ଅ ।କ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ସେ କିଛି ଦିନ ପାଇଁ ହୋମ୍ ଆଇସୋଲେସନରେ ରହିବେ । ଅ ।ଇପିଏଲ ଅ ।ରମ୍ଭର କିଛି ମ୍ୟାଚରୁ ଅକ୍ଷର ପଟେଲ ଟିମ ବାହାରେ ରହିପାରନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଥମ ମ୍ୟାଚ୍ ଏପ୍ରିଲ ୧୦ ତାରିଖରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଖେଳିବାକୁ ଯାଉଛି । ପୂର୍ବରୁ ଅଧିନାୟକ ଶ୍ରେୟସ ଅ ।ୟର ଅ ।ହତ ସମସ୍ୟା ଯୋଗୁଁ ଅ ।ଇପିଏଲରୁ ବାଦ ପଡିଛନ୍ତି । ଏପ୍ରିଲ ୮ ତାରିଖରେ ତାଙ୍କର ସର୍ଜରୀ ହେବା ନେଇ ସୂଚନା ମିଳିଛି । ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ଭାର ଦିଅ ।ଯାଇଛି ।