ଦ୍ୱିତୀୟ ରାଉଣ୍ଡରେ ଆଲ୍ଫାବିଟିକାଲି ୧୦ଟି ରାଜ୍ୟର ଭୋଟ ଗଣତି ହୋଇଥିଲା। ଯଶୱନ୍ତଙ୍କ ଠାରୁ ବୃହତ ବ୍ୟବଧାନରେ ଆଗରେ ଥିଲେ ଦ୍ରୌପଦୀ। ୧୦ଟି ରାଜ୍ୟର ଗଣତି ହୋଇଥିବା ବାଲାଟ ପେପରରେ ୧୧୩୮ଟି ବୈଧ ଭୋଟ ରହିଥିଲା। ଏହାର ମୋଟ ମୂଲ୍ୟ ଏକଲକ୍ଷ ୪୯ହଜାର ୭୫ ରହିଥିଲା। ଦ୍ରୌପଦୀଙ୍କୁ ୮୦୯ଟି ଭୋଟ ମିଳିଥିଲା। ଏହାର ମୂଲ୍ୟ ରହିଛି ଏକଲକ୍ଷ ୫ହଜାର ୨୯୯। ଯଶୱନ୍ତଙ୍କୁ ଦ୍ୱିତୀୟ ରାଉଣ୍ଡରେ ୩୨୯ ଭୋଟ ମିଳିଥିବା ବେଳେ ଏହାର ମୂଲ୍ୟ ରହିଛି ୪୪ହଜାର ୨୭୬।
