ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ଅଣଦେଖା ନକରି ଏହାର ଅର୍ଥ ବୁଝିବେ । ଏହି ସ୍ୱପ୍ନ ଆପଣଙ୍କୁ ବହୁତ ଭୟଭୀତ କରିଦେଇଥାଏ । ଯଦି ଆପଣଙ୍କୁ ଏମିତି କିଛି ଅଜବ ସ୍ୱପ୍ନ ଦେଖାଯାଉଛି,ଜାଣନ୍ତୁ କ’ଣ ଏହାର ଅର୍ଥ ।
ସ୍ୱପ୍ନରେ କେହି ଅଜଣା କଳା ଛାଇ ଦେଖାଯିବା
ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ କେହି ଅଜଣା କଳା ଛାଇ ଦେଖନ୍ତି, ତ ଏହାକୁ ଏକ ଅଶୁଭ ସ୍ୱପ୍ନ ମନାଯାଏ । ସ୍ୱପ୍ନ ଶାସ୍ତ୍ର ଅନୁସାରେ ଏମିତି ସ୍ୱପ୍ନ ଇର୍ଷା,ଅନ୍ଧକାର, ମୃତ୍ୟୁ, ଦୁଃଖ ବା ଘୃଣାର ସଂକେତ ମନାଯାଇଥାଏ । ଏହି ସ୍ୱପ୍ନର ଅର୍ଥ ଯେ ଭବିଷ୍ୟତରେ ଆପଣଙ୍କ ଜୀବନରେ କିଛି ସଂକଟ ଆସିପାରେ ।
ସ୍ୱପ୍ନରେ କଳା ବିଲେଇ ଦେଖିବା
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ସ୍ୱପ୍ନରେ କଳା ବିଲେଇ ଦେଖା ଯାଆନ୍ତି, ଏହାକୁ ଶୁଭ ସଂକେତ ମନାଯାଇ ନଥାଏ । କାରଣ କଳା ବିଲେଇକୁ ଦୁର୍ଭାଗ୍ୟର ସଂକେତ ମନାଯାଇଥାଏ । ତେଣୁ ଏପରି ସ୍ୱପ୍ନର ଅର୍ଥ ଶୀଘ୍ର ଆପଣଙ୍କ ସହ କିଛି ଖରାପ ଘଟଣା ଘଟିପାରେ ।
ସ୍ୱପ୍ନରେ ସାପ ଚାଲିବା ଦେଖିବା
ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ସ୍ୱପ୍ନରେ ଯଦି ଆପଣ କିଛି ସାପକୁ ଚାଲୁଥିବାର ଦେଖିବେ, ତେବେ ଏହା ଆଗାମୀରେ ଆପଣଙ୍କ ଜୀବନରେ କିଛି ବାଧା ଆସୁଥିବାର ସଂକେତ ଦେଇଥାଏ । ଏହି ସ୍ୱପ୍ନ ଏହି କଥାର ସଂକେତ ଦିଏ ଯେ ଆପଣଙ୍କ କିଛି ସଫଳ ହେଉଥିବା କାର୍ୟ୍ୟ ବିଗିଡି ଯାଇପାରେ ।