Odia News Portal

ବେଆଇନ ଭାବେ ରାଜଧାନୀରେ ପଶିଥିଲେ ଡ୍ରାଇଭର, ଭଙ୍ଗ ହୋଇଛି ୧୪୪ ଧାରା: ଭୁବନେଶ୍ବର ଡିସିପି

ସୋମବାର ଡ୍ରାଇଭର ସଂଘ ପକ୍ଷରୁ ରାଜଧାନୀରେ ପ୍ରବେଶ ଏବଂ ଆଇନଶୃଙ୍ଖଳା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଡିସିପି କହିଛନ୍ତି, ‘ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ୧୪୪ ଧାରା ଭଙ୍ଗ କରିଛନ୍ତି । ବିନା ଅନୁମତିରେ ରାଜଧାନୀ ଭୁବନେଶ୍ବରରେ ପ୍ରବେଶ କରିଥିଲ ଡ୍ରାଇଭର ସଂଘ । ଅଟୋ ଓ ସାଧାରଣ ଲୋକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପକ୍ଷରୁ ୩ଟି ମାମଲା ରୁଜୁ ହୋଇଛି । କଟକ-ପୁରୀ ବାଇପାସ୍ ରେ ଏକାଠି ହେବାକୁ କମିଶନରେଟ ପୋଲିସ ସହ ଆଲୋଚନା କରିଥିଲା ଡ୍ରାଇଭର ସଂଘ । ଏଥିପାଇଁ ୨୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଏତେ ସଂଖ୍ୟକ ଡ୍ରାଇଭର ରାଜଧାନୀ ଭିତରେ ପଶିବା ଏବଂ ଏ ନେଇ ସୂଚନା ନପାଇବା ଗୁଇନ୍ଦା ବିଭାଗର ବିଫଳତା।’ ପ୍ରାୟ ୧୦ ହଜାରୁ ଉର୍ଦ୍ଧ୍ବ ଡ୍ରାଇଭର ରାଜଧାନୀରେ ଧଶେଇ ପଶିଥିଲେ । ଯାହା ଫଳରେ ସୋମବାର ଦିନ ତମାମ୍‌ ଭୁବନେଶ୍ବରରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ନାହିଁ ନଥିବା ଅସୁବିଧାରେ ଦହଗଞ୍ଜ ହୋଇଥିଲେ ରାଜଧାନୀବାସୀ । ଗୁରୁତ୍ବପୂର୍ଣ୍ଣ ସେବା ବି ବାଧାପ୍ରାପ୍ତ ହୋଇଥିଲା ।