Odia News Portal

ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇଙ୍କୁ ନିଯୁକ୍ତ

ପ୍ରଫୁଲ ଘଡାଇଙ୍କୁ ନୂଆ ଦାୟିତ୍ୱ । ବହିଷ୍କୃତ ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋଙ୍କ ନିଷ୍ପତି କ୍ରମେ ଖୋର୍ଦ୍ଧା, ରଣପୁର ଓ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇଙ୍କୁ ନିଯୁକ୍ତ କରାଯାଇଛି ।

ସେହିଭଳି ରବିନାରାୟଣ ନନ୍ଦ ହିନ୍ଦୋଳର ପର୍ୟ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସମ୍ବଲପୁର ବିଧାନସଭା ଆସନ ପାଇଁ ୨ ସହପର୍ୟ୍ୟବେକ୍ଷକ ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂହଦେଓଙ୍କୁ ଦାୟିତ୍ୱ ଦିଆଯାଇଛି। ସୁଶାନ୍ତ ସିଂହ କୁଚିଣ୍ଡା ବିଧାନସଭା ଆସନ ପର୍ୟ୍ୟବେକ୍ଷକ, ସିଦ୍ଧେଶ୍ୱରୀ ମିଶ୍ର ଭୁବନେଶ୍ୱର ଉତ୍ତର ସହପର୍ୟ୍ୟବେକ୍ଷକ, ଯୁଗଳ ନାୟକ କଟକ ଲୋକସଭା ସହପର୍ୟ୍ୟବେକ୍ଷକ, ସିପ୍ରା ମଲ୍ଲିକ ଓ ପ୍ରକାଶ ଦାସ ସାଧାରଣ ସମ୍ପାଦକ ଓ ମନୋଜ ନାୟକଙ୍କୁ କେନ୍ଦ୍ରାପଡ଼ା ବିଧାନସଭାର ସହପର୍ୟ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।