Odia News Portal

ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍, ଆଉ ତାପରେ …

ରାଜନୀତିରେ ହାର ଜିତ ଲାଗି ରହିଥାଏ । ହାର ଜିତର ଏହି ଖେଳରେ କିଛି ପ୍ରାର୍ଥୀ ଏମିତି ଅଛନ୍ତି ଯିଏ ନିଜର ପରାଜୟ ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ପ୍ରାର୍ଥୀ ଜଣକ ହେଉଛନ୍ତି ପଂଜାବର । ଏହି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୫ ଟି ଭୋଟ୍ । ଏପରିକି ପରିବାରର ସମସ୍ତ ସଦସ୍ୟ ତାଙ୍କୁ ଭୋଟ୍ ଦେଇନାହାଁନ୍ତି । ପରିବାରର ୯ ଜଣ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୫ ଜଣ ତାଙ୍କୁ ଭୋଟ୍ ଦେଇଛନ୍ତି । ଏନେଇ ଯେତବେଳେ ସ୍ଥାନୀୟ ସାମ୍ବାଦିକ ତାଙ୍କ ସହ କଥା ହେଲେ ସେତେବେଳେ ସେ ଜୋରରେ କାନ୍ଦି ପକାଇଲେ । କାନ୍ଦି କାନ୍ଦି କହିଥିଲେ ମୋର ଘର ଲୋକ ମୋ ସହ ବେଇମାନୀ କରିଛନ୍ତି । ଏତିକି କହି ଜୋରରେ କାନ୍ଦିବାକୁ ଲାଗିଥିଲେ । ଏପରିକି ଚୁପ୍ ହେବାରେ ନାଁ ମଧ୍ୟ ନେଉନଥିଲେ ।