Odia News Portal

୧୮ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୧୮ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ପୁରୁଣା ନେତାଙ୍କୁ ପ୍ରାର୍ଥୀ କରାଯାଇଛି । ଟିକେଟ୍ କାଟିବା ଦ୍ବାରା ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ନେତା ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ପାରାଦୀପରୁ ଟିକେଟ୍ ମିଳିଛି ।

ପାରାଦ୍ୱୀପରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଟକ-ବାରବାଟୀ ଆସନରୁ ଦେବାଶିଷ ସାମନ୍ତରାୟଙ୍କୁ ପୁଣିଥରେ ମୈଦାନକୁ ଓହ୍ଲାଇଛି ଦଳ । ସେହିଭଳି ପୁରୀରୁ ମହେଶ୍ୱର ମହାନ୍ତି, ବାଲେଶ୍ୱରରୁ ଜୀବନ ପ୍ରଦୀପ ଦାସ, ରାଜନଗରରୁ ଧ୍ରୁବ ସାହୁ, କଟକରୁ ଚନ୍ଦ୍ରସାରଥୀ ବେହେରା, ଜଟଣୀରୁ ବିଭୂତି ବଳବନ୍ତରାୟ, ସୋରରୁ ପର୍ଶୁରାମ ଧଡା,ବଡଚଣାରୁ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ, ତିର୍ତ୍ତୋଲରୁ ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରିଛି ଦଳ ।