Odia News Portal

ହାତୀପଲ ଗାଁ ଭିତରକୁ ଆସିଲେ ବନ ବିଭାଗକୁ ଫୋନ୍‌ ରେ ଜଣାନ୍ତୁ

ହାତୀପଲ ଗାଁ ଭିତରକୁ ପଶି ଆସିଲେ ବା ଫସଲ ନଷ୍ଟ କଲେ ବନ ବିଭାଗକୁ ଫୋନ୍‌ କରି ଜଣାଇବାକୁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବରଟି ହେଉଛି ୬୩୭୦୫୯୨୦୯୯। ଏହି ନମ୍ବରରେ ଲୋକମାନେ ବନ ବିଭାଗକୁ ଫୋନ୍ କରି ହାତୀ ବିଷୟରେ ସୂଚନା ଦେବାକୁ  କୁହାଯାଇଛି।

କିଛି ଦିନ ହେବ  କେନ୍ଦୁଝର ସଦର ରେଞ୍ଜକୁ ବଣୁଆ ହାତୀପଲ ପଶି ଉପଦ୍ରବ କରୁଛନ୍ତି। ନରଣପୁର, ରୁଗୁଡି ସାହି ଓ ନେଙ୍କଡ଼ା ସାହିରେ ୧୪ ଟିକିଆ ହାତୀ ପଲ ପଶିଆସି ଘର ଦ୍ଵାର ଭାଙ୍ଗିବା ସହ ଧାନ ଖାଇବା ସହ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏକର ଧାନ ଫସଲ ଖାଇବା ସହ ପାଦରେ ଦଳି ଚକଟି ନଷ୍ଟ କରି ଦେଉଛନ୍ତି। ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡେ ମାରି  କରିଥିବା ଫସଲକୁ ହାତୀ ପଲଙ୍କ ମୁହଁରୁ ବଞ୍ଚାଇବାକୁ ରାତ ଅନିଦ୍ରା ହୋଇ ଜଗି ରହୁଛନ୍ତି।