Odia News Portal

ହାତୀ ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର

ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡ଼ା ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଲେଇବଗା ଗାଁର। ସକାଳେ ବାହାରକୁ ଯାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।
ସେହିପରି ଖୋର୍ଦ୍ଧା ଜିଲ୍ଲ ଟାଙ୍ଗୀର ଭୂଷଣ୍ଡପୁର ଷ୍ଟେସନ୍ ପାଖରେ ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ଦୁହିଁଙ୍କୁ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ଏକ ହାତୀପଲ ଭୂଷଣ୍ଡପୁର ଷ୍ଟେସନ୍ ଅଞ୍ଚଳକୁ ଆସିଥିଲେ। ସେହି ପଲରୁ ଗୋଟିଏ ହାତୀ ଜନବସତିକୁ ପଶି ଆସି ଆତଙ୍କ ଖେଳାଇଛି।