Odia News Portal

ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ ଜେଟିଏଫ

ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ଜନସ୍ୱାର୍ଥ ମାମଲା । ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ (ଜେଟିଏଫ) ।ଜେଟିଏଫ ରେ ରହିବେ ଉଭୟ ପୋଲିସ ଓ ବନ କର୍ମଚାରୀ । ଅସ୍ୱାଭାବିକ ହତୀ ମୃତ୍ୟୁ ଓ ବନ୍ୟପ୍ରାଣୀ ଚୋରାଚଲାଣର ତଦନ୍ତ କରିବ ଜେଟିଏଫ । ଏ ନେଇ ହାଇକୋର୍ଟ ରେ ସତ୍ୟପାଠ ଦାଖଲ କଲେ ପୋଲିସ ଡିଜି । ଆସନ୍ତା ଶୁଣାଣିରେ ଆଜିର ହାତୀ ମୃତ୍ୟୁ ନେଇ ତଥ୍ୟ ରଖିବେ ଏଜି । ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।