Odia News Portal

ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ,୧୦ ମୃତ

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । କିଛି ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ଉଦ୍ଧାର କରାଯାଇ ନିକଟସ୍ଥ ଟିମ୍ବୋ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଆରଟିଏମସି ମୁଖପାତ୍ର ସାଇମୋନ ଜୱାନେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରଥମେ ଏକ ବିସ୍ଫୋରଣ ହୋଇଥିଲା । ପରେ ପରେ ଲଗାତାର ଭାବେ ଅନ୍ୟ ଦୁଇଟି ବିସ୍ଫୋରଣ ହୋଇଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଲଗାତର ଭାବେ ଅନ୍ୟ ଦୁଇଟି ବିସ୍ଫୋରଣ ହୋଇଛି । ନିଆଁକୁ ଆୟୋଜିତ କରିବାକୁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ବିସ୍ଫୋରଣ ପ୍ରଭାବ ବହୁତ ତୀବ୍ର ଥିଲା । ଫଳରେ ହସ୍ପିଟାଲ କାଜୁଆଲିଟି ୱାର୍ଡର ଛାତ ଖସି ପଡିଛି । ଖାଲି ସେତିକି ନୁହେଁ ନିକଟରେ ଥିବା ୨ଟି କୋଠା ଓ ଅନେକ ଗାଡି ମଧ୍ୟ ନଷ୍ଟ ହୋଇଯାଇଥିବା ସୂଚନା । ଏନେଇ ପୁଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ସ୍ପଷ୍ଟ ଚିତ୍ର ଆସିବ ବୋଲି ସେ କହିଛନ୍ତି ।