Odia News Portal

୧୦୪କୁ ଆସୁଛି ଫେକ୍ ଫୋନ୍ କଲ

ଭୁବନେଶ୍ୱର: କୋଭିଡ୍ ହେଲପଲାଇନ ଜରୁରୀକାଳୀନ ସେବା ୧୦୪ କୁ ଆସୁଛି ଫେକ୍ ଫୋନ କଲ । କରୋନା ମହାମାରୀ ସମୟରେ ୧୦୪ ଓ ୧୦୮ ନମ୍ବରକୁ ଫେନ କରି ଅଶ୍ୱିଳ କଥାବାର୍ତ୍ତା କରୁଥିବା ସହ କିଛି ଅସାମାଜିକ ଲୋକ ଏହାର ମଜାକ ଉଡାଉଛନ୍ତି । ଏପରିକି ଗୋଟେ ଗୋଟେ ନମ୍ବରରୁ ଥରେ ନୁହେଁ ବରଂ ୫୦୦ ଥର କଲ ଆସୁଥିବାର ଅଭିଯୋଗ ଆସୁଛି । ଏନେଇ ୧୦୪ ହେଲପଲାଇନ ପରିଚାଳନାରେ ଥିବା କମ୍ପାନୀ ଜିକିତଜା ହେଲଥ କେୟ।। ପକ୍ଷରୁ ଭୁବନଶ୍ୱେର ସ୍ଥିତ ସହିଦନଗର ଥାନାରେ ଅଭିଯୋଗ ହୋଇଛି ।

ଏତଲା କରାଯାଇଥିବା ନମ୍ବର ମଧ୍ୟରୁ ଗୋଟେ ନମ୍ବରରୁ ୪୯୨ର କଲ ଆସିଥିବା ବେଳେ ଆଉ ଏକ ନମ୍ବରରୁ ୨୦୧ ଥର କଲ ଆସୁଥିବାର ଉଲ୍ଲେଖ କରାଯାଇଛି । ପୂର୍ବରୁ ଏଭଳି ଫୋନ କଲ ଆସୁଥିବା ନେଇ ଗତବର୍ଷ ଏପ୍ରିଲରେ କମ୍ପାନୀ ପକ୍ଷରୁ ଏତଲା କରାଯାଇଥିଲା । ଅନ୍ୟପଟେ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ।