Odia News Portal

ଗୁଜରାଟର ଅର୍ଗାନିକ କମ୍ପାନୀରେ ବଡ ଧରଣର ବିସ୍ଫୋରଣ, ୬ ମୃତ

ଗୁଜରାଟର ଭରୁଚରେ ବଡ ଧରଣର ବିସ୍ଫୋରଣ। ଏକ ଅର୍ଗାନିକ କମ୍ପାନୀରେ ନିଆଁ ଲାଗିବା କାରଣରୁ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

ଅର୍ଗାନିକ କମ୍ପାନୀରେ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ, ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା। ବିସ୍ଫୋରଣରେ ୬ ଲୋକଙ୍କର ମୃତ୍ୟୁ ହୋଇଥିଲା। କେମିତି ଆଉ କ’ଣ ପାଇଁ ଏହି ବିସ୍ଫୋରଣ ହେଲା, ତାହାର ଯାଞ୍ଚ କରାଯାଛି। କିନ୍ତୁ ଆଉ କେତେ ଜଣ ଏହି ଘଟଣାରେ ଆହତ ହୋଇଛନ୍ତି, ତାହା ଜଣାପଡିନାହିଁ।

ବିସ୍ଫୋରଣ ଘଟଣା ପରେ ସେଠାରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଗତକାଲି ରାତିରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି।