Odia News Portal

ଓପିଟିସିଏଲ ନିଆଁରେ ୧୪କୋଟି ସ୍ୱାହା

ଢେଙ୍କାନାଳ: ଓପିଟିସିଏଲ ଗ୍ରୀଡ଼ରେ ଭୟଙ୍କର ଅଗ୍ନିକାଣ୍ଡ । ଢେଙ୍କାନାଳ କଣ୍ଟାବଣିଆ ଓପିଟିସିଏଲ ଗ୍ରୀଡ଼ରେ ଅଗ୍ନିକାଣ୍ଡ ଘଟିଥିବା ସମୟରେ ୧୦ ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।ତେବେ ନିଆଁ ଲାଗିବାର କାରଣ ଜଣାପଡି ନଥିବା ସମୟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଗ୍ରୀଡ଼ ପରିସରରୁ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରିଦିଆଯାଇଛି । ସୂଚନା ଅନୁସାରେ ଆଜି ସକାଳ ୭ଟାରେ ଗ୍ରୀଡ଼ରେ ଥିବା ୩୧୫ ଏମବିଏ ମେଗା ୱାଟ୍ ଟ୍ରାନ୍ସଫର୍ମମରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା ।

ସୂଚନାନୁସାରେ, ଅଗ୍ନିକାଣ୍ଡରେ ପ୍ରାୟ ୧୪କୋଟି ଟଙ୍କାର ଟ୍ରାନ୍ସଫର୍ମରଟି ସମ୍ପୂର୍ଣ୍ଣ ପୋଡିଯାଇଛି । ଟ୍ରାନ୍ସଫର୍ମମରରେ ପାଖାପାଖି ୧୨ ହଜାର ଲିଟର ଡିଜେଲ ଥିଲା । ଯେଉଁଥିପାଇଁ ନିଆଁକୁ ଆୟତ୍ତ କରିବା ଅସମ୍ଭାଳ ହୋଇପଡିଥିଲେ । ପାଖାପାଖି ୧୦ଟି ଦମକଳ ଗାଡି ସହ ୫୦ ଜଣ ଅଗ୍ନିଶମ କର୍ମଚାରୀ ଏହି ନିଆଁକୁ ଆୟତ୍ତ ପାଇଁ ଲାଗିରହିଛନ୍ତି । କୌଣସି ଅଘଟଣକୁ ଏଡାଇବାପାଇଁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି ।