Odia News Portal

ବୁର୍ଜ ଖଲିଫା ନିକଟସ୍ଥ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ

ଦୁବାଇରେ ବୁର୍ଜ ଖଲିଫା ନିକଟରେ ଏକ ବଡ ଅଟ୍ଟାଳିକାରେ ସୋମବାର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି । ତେବେ ଆଖପାଖରେ ଖୁବ୍ ଶୀଘ୍ର ନିଆଁକୁ ଆୟତ୍ତ କରାଯାଇଥିଲା । ବିଲ୍ଡିଂରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ବିଲ୍ଡିଂରୁ ଧୁଆଁ ଉଠୁଥିବା ନଜର ଆସୁଛି । ‘ଏମାର’ର ଏକ ଟାୱାର ସିରିଜ ସଲଗ୍ନ ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ରିପୋର୍ଟ ଅନୁସାରେ ବିଲ୍ଡିଂର ତଳ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଏହା ଧିରେ ଧିରେ ସାରା ବିଲ୍ଡିଂରେ ବ୍ୟାପିଗଲା । ନିଆଁ ଲାଗିବା ସୂଚନା ମିଳିବା ପରେ ଦମକଳ ବିଭାଗ ସହିତ ଏମରଜେନ୍ସି ସେବା ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନି । ତେବେ ସଠିକ୍ ସମୟରେ ଦମକଳ ଗାଡି ପହଞ୍ଚିବାରୁ ନିଆଁକୁ ଆୟତ୍ତ କରାଯାଇପାରିଲା । ଯଦିଓ ଅଧିକ କ୍ଷୟକ୍ଷତି ହୋଇନଥିବା ଆକଳନ କରାଯାଉଛି ତେବେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।