Odia News Portal

ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ

ବଦଳିଲା ପାଗର ମିଜାଜ୍‌ । ରାଜ୍ୟରେ ଅନୁଭୂତ ହେଲାଣି ପହିଲି ଶୀତ । କିଛି ଦିନରେ ଜାଡରେ ଥରିବ ସାରା ଓଡ଼ିଶା। ବିଶେଷକରି ପହିଲି ଶୀତରେ ଥରୁଛି କନ୍ଧମାଳ। କନ୍ଧମାଳ ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି।

ଓଡ଼ିଶାର ଭୁସ୍ୱର୍ଗ ଦାରିଙ୍ଗବାଡିରେ ପହିଲି ଶୀତ ସହ ଘନ କୁହୁଡିର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ଲୋକେ । ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାମାନ୍ୟ ଡେରିରେ ଶୀତ ଅନୁଭୂତ ହୋଇଛି ।