Odia News Portal

ଇତିହାସ ରଚିଲେ ଭାରତୀୟ ନୌସେନାର ୫ମହିଳା ପାଇଲଟ୍

ଭାରତୀୟ ନୌସେନାର ମହିଳା ପାଇଲଟମାନେ ଇତିହାସ ସୃଷ୍ଟି କରିଛନ୍ତି। ୫ଜଣିଆ ମହିଳା ପାଇଲଟଙ୍କ ଟିମ୍ ଡୋର୍ନିଅର୍ -୨୨୮ ବିମାନରେ ଉତ୍ତର ଆରବ ସାଗରରେ ନିରୀକ୍ଷଣ ଓ ସାମରିକ ସର୍ବେକ୍ଷଣ ମିସନ ସଫଳତାର ସହ ସଂପାଦନ କରିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଲେଫ୍ଟନାଣ୍ଟ କମାଣ୍ଡର ଆଞ୍ଚଲ ଶର୍ମା ଏହି ବିମାନର କ୍ୟାପଟେନ ଥିଲେ ଏବଂ ଲେଫଟନାଣ୍ଟ ଶିବାଙ୍ଗୀ ଏବଂ ଅପୂର୍ବା ଗୀତେ ତାଙ୍କର ପ୍ରମୁଖ ସହଯୋଗୀ ରହିଥିଲେ। ଏଥିସହ ଟାକଟିକାଲ୍ ଅଫିସର ଲେଫ୍ଟନାଣ୍ଟ ପୂଜା ପଣ୍ଡା ଏବଂ ସେନସର୍ ଅଫିସର୍ ପୂଜା ଶେଖାଵତ ମଧ୍ୟ ଏହି ଟିମରେ ରହିଥିଲେ। ମହିଳା ଅଫିସର୍ମାନେ ଏନେଇ ଅନେକ ମାସ ଧରି ଗ୍ରାଉଣ୍ଡ୍ ଟ୍ରେନିଂ ନେଇଥିଲେ। ଆଇଏନ୍ଏସ୍ ୩୧୪ ଗୁଜରାଟର ପୋରବନ୍ଦରରେ ଅବସ୍ଥିତ ଏକ ଫ୍ରଣ୍ଟଲାଇନ୍ ନାଭାଲ୍ ଏୟାର ସ୍କ୍ବାଡ୍ରନ୍।