Odia News Portal

କୁହୁଡି ପାଇଁ ବାଧା ପ୍ରାପ୍ତ ହେଲା ବିମାନ ସେବା

ରାଜଧାନୀରେ ଶୀତୁଆ ସକାଳକୁ ଘନ କୁହୁଡି ଛାଇ ଯାଇଥିଲା । ଚଳିତ ବର୍ଷ ଘନ କୁହୁଡି ପାଇଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଇଣ୍ଡିଗୋ ୨୧୭୮ ବିମାନ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲା । କିନ୍ତୁ ଘନ କୁହୁଡି ପାଇଁ ଏହି ବିମାନକୁ ରାୟପୁରକୁ ଡାଇଭର୍ଟ କରାଯାଇଥିଲା । ଦେଢଶହ ମିଟର ଦୃଶ୍ୟମାନ ଥିବାରୁ ଅବତରଣ କରିପାରିଲାନି ବିମାନ । ତେବେ ପରେ ସ୍ଥିତି ସ୍ୱାଭାବିକ ହେବା ପରେ ଭୁବନେଶ୍ୱରରେ ଅବତରଣ କଲା ଇଣ୍ଡିଗୋ ୨୧୭୮ ବିମାନ ।
ନିୟମ ଅନୁସାରେ ୮ ଶହ ମିଟର ଦୃଶ୍ୟମାନ ହେଲେ ସ୍ୱାଭାବିକ ହୁଏ ବିମାନ ସେବା । ପାଇଲଟ ଚାହିଁଲେ ୫ଶହ ରୁ ୮ଶହ ମିଟର ଦୃଶ୍ୟମାନରେ ଲ୍ୟାଣ୍ଡିଂ କରିପାରିବେ । କିନ୍ତୁ ଆଜି ୯ ଟା ୨୭ ମିନିଟରେ ୫୫୦ ମିଟର ଦୃଶ୍ୟମାନ ଥାଇ ଅବତରଣ କଲା ବିମାନ । କୋଲକାତାରୁ ଇଣ୍ଡିଗୋ 6E7623 ବିମାନ ଭୁବନେଶ୍ୱରରେ ଅବତରଣ କରିଥିଲା ।