ମୌସୁମୀ ପ୍ରଭାବରେ ଦେଶର ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶରେ ଲକ୍ଷାଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଦକ୍ଷିଣ ଭାରତ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ସହରମାନଙ୍କରେ କୃତିମ ବନ୍ୟା ସୃଷ୍ଟି କରିଛି। ଏପଟେ ପାଣିପାଗ ବିଭାଗ ଆହୁରି ବର୍ଷା ହେବା ନେଇ ପୂର୍ବାନୁମାନ କରିବା ସହ ସତର୍କ ସୂଚନା ଜାରି କରିଛି। ତେଲେଙ୍ଗାନାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କର୍ଣ୍ଣାଟକର ଉତ୍ତର ଉପକୂଳଭର୍ତ୍ତି ଉପାନ୍ତ ଅଞ୍ଚଳଗୁଡ଼ିକରେ ଆସନ୍ତା ୩ ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ତାମିଲନାଡୁ ଓ କର୍ଣ୍ଣାଟକର ଦକ୍ଷିଣ ଉପାନ୍ତ ଅଞ୍ଚଳଗୁଡ଼ିକରେ ମଧ୍ୟ ୫ ଦିନ ଧରି ବର୍ଷା ଜାରି ରହିବ ବୋଲି ସୂଚନା ମିଳିଛି। ବର୍ଷା ପୂର୍ବାନୁମାନ ଦେଖି ପାଣି ଜମୁଥିବା ସ୍ଥାନମାନଙ୍କରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଲଗାତର ଦୁଇଦିନ ଧରି ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଅଲପ୍ପୁଝା, ପଥନମଥିଟ୍ଟା, ଏର୍ଣ୍ଣାକୁଲମ ଏବଂ କୋଟାୟାମ ଜିଲ୍ଲାରେ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଏପଟେ ବର୍ଷା ଯୋଗୁ କର୍ଣ୍ଣାଟକରେ ୭ ହଜାର କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିବା କର୍ଣ୍ଣାଟକ ସରକାର ଆକଳନ କରିଛନ୍ତି। ଜୁନ ମାସଠାରୁ ଏପର୍ୟ୍ୟନ୍ତ ରାଜ୍ୟରେ ୭,୬୪୭.୧୩ କୋଟି ଟଙ୍କା ନଷ୍ଟ ହୋଇଥିବା କର୍ଣ୍ଣାଟକ ସରକାର କହିଛନ୍ତି। ସେହିପରି ରେଭିନ୍ୟୁ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜୁନ ଠାରୁ ଏପର୍ୟ୍ୟନ୍ତ ୯୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ହୋଇଯାଇଛନ୍ତି। ଗତ ୨୪ ଘଣ୍ଟାରେ ବି ୩ ଜଣଙ୍କର ମୃତ୍ୟୁ ହୋଇଛି।
Sign in
Sign in
Recover your password.
A password will be e-mailed to you.