ଗୁଜୁରାଟ ର ଅନେକ ଜିଲ୍ଲା ରେ ପ୍ରବଳ ବଷା ଫଳରେ ଜଳାର୍ଣ୍ଣବ ହୋଇଛି ଅନେକ ସ୍ଥାନ । ଚାରିଆଡେ ଖାଲି ପାଣି ଆଉ ପାଣି । ପାଣି ରେ ଘର ଦ୍ୱାରା , ରାସ୍ତାଘାଟ ସବୁ କିଛି ବୁଡିଯାଇଛି । ଲୋକ ମାନା ମଧ୍ୟ ଛାତ ଉପରେ ଆଶ୍ରୟ ନେଇଥିବାର ଦେଖାଯାଇଥିଲା । ଦକ୍ଷିଣ ଏବଂ ମଧ୍ୟ ଗୁଜୁରାଟ ର ଅନକେ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇଛି । ଫଳରେ ନଦୀର ଜଳ ଧାରା ବୃଦ୍ଧିପାଇଛି । ଜଳବନ୍ଦୀ ଅଂଚଳରୁ ୧୫୦୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଇଏମଡି ପକ୍ଷରୁ ଦକ୍ଷିଣ ଗୁଜୁରାଟ ର ଡାଙ୍ଗ, ନବସାରୀ, ଏବଂ ବଲସାଡ ଜିଲ୍ଲା ରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି । ଗୁଜୁରାଟ ରେ ଏହି ବର୍ଷା ରେ ଏଯାବତ ୬୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ୨୭୨ ଜଣ ପଶୁ ଙ୍କର ମଧ୍ୟ ଜୀବନ ଚାଲିଯାଇଛି । ଅହମଦା ସହରରେ ବର୍ଷା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି । ଲଗାତାର ବର୍ଷା ହେବା ଯୋଗୁଁ ଜିଲ୍ଲା ପ୍ରଶାସନ ଅହମଦାବାଦ ନଗର ନିଗମ ଅଂଚଳରେ ଥିବା ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ଛୋଟା ଉଦୟ ପୁର, ପଂଚ ମହଲ, ଏବଂ ଡାଙ୍ଗ ଜିଲ୍ଲା ରେ ପ୍ରବଳ ବର୍ଷା ହୋଇଛି । ଛୋଟା ଉଦୟପୁର ରେ ରବିବାର ସନ୍ଧ୍ୟା ୬ ଟା ସୁଦ୍ଧା ୧୨ ଘଣ୍ଟା ରେ ୪୩୩ ମିମି ବର୍ଷା ରେକର୍ଡ କରାଯାଇଥିଲା । ଯାହା ଫଳରେ ତଳିଆ ଅଂଚଳ ଜଳମଗ୍ନ ହୋଇ ଯାଇଥିଲା ।
