ଜୟପୁର: ମହାମାରୀରେ କରୋନା ସ୍ଵାସ୍ଥ୍ୟ ବ୍ୟବସ୍ଥା ସହିତ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଶକ୍ତ ଝଟକା ଦେଇଛି । ଏହି ସଙ୍କଟ ମଧ୍ୟରେ ପୁଣି ଥରେ ସରକାରୀ କର୍ମଚାରୀଙ୍କ ଦରମା କଟିବାକୁ ଯାଉଛି । ଦରମା କାଟିବା ପରି ଚରମ ନିଷ୍ପତ୍ତି ନେବାକୁ ଯାଉଛନ୍ତି ରାଜସ୍ଥାନର ଗେହଲଟ୍ ସରକାର । କର୍ମଚାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ମଧ୍ୟ ଦରମା କଟାଯାଇପାରେ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟ ଏହାକୁ ଚୂଡାନ୍ତ ରୂପ ଦେଇଥିବା ସମୟରେ କେବଳ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୋହରକୁ ଅପେକ୍ଷା।
ରାଜ୍ୟର ଆର୍ଥିକ ସ୍ଥିତି ସଂପ୍ରତି ଦୁର୍ବଳ ରହିବା ଏବଂ ରାଜସ୍ୱ ହ୍ରାସ ଘଟିବା କାରଣରୁ ରାଜ୍ୟ ସରକାର ପୁନର୍ବାର ସରକାରୀ କର୍ମଚାରୀଙ୍କ ଦରମା କାଟିବାକୁ ଯାଉଛନ୍ତି । ଅନ୍ୟପଟେ କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ଅର୍ଥର ଆବଶ୍ୟକତା ରହିଛି | ବର୍ତ୍ତମାନ ରାଜ୍ୟର ଆର୍ଥିକ ସ୍ଥିତି ସ୍ଵଚ୍ଛଳ ନଥିବା ସମୟରେ ଅହେତୁକ ଟିକସ ଆଦାୟ ହ୍ରାସ ଘଟିଛି । ଏମିତି ସ୍ଥିତିରେ କର୍ମଚାରୀଙ୍କ ଦରମା କାଟ୍ରେ ସରକାରଙ୍କୁ ପ୍ରାୟ ୬୦୦ କୋଟି ଟଙ୍କା ମିଳିବାର ଆଶା ରହିଛି। ସୂଚନାନୁଯାୟୀ, ଗତ ବର୍ଷ ମାର୍ଚ୍ଚରେ ଗେହଲଟ୍ ସରକାର ପ୍ରାୟ ୬ ଲକ୍ଷ କର୍ମଚାରୀଙ୍କ ୭୫ ପ୍ରତିଶତ ବେତନ ସ୍ଥଗିତ କରିଥିଲେ । ପରେ ବଜେଟ୍ ଉପସ୍ଥାପନ ସମୟରେ କର୍ମଚାରୀଙ୍କୁ କଟାଯାଇଥିବା ଦେବାକୁ ଘୋଷଣା କରିଥିଲେ ।