ଗୁଜରାଟ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍ । ନିର୍ବାଚନୀ ଉଷ୍ମତା ଭିତରେ ଆଣ୍ଟି ଟେରରିଜିମ ସ୍କ୍ୱାର୍ଡ ATS ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟର ୧୩ ଜିଲ୍ଲାର ୧୫୦ରୁ ଅଧିକ ସ୍ଥାନରେ ଏସଟିଏସ ଚଢଉ କରିଛି । ଶୁକ୍ରବାର ବିଳମ୍ୱିତ ରାତିରୁ ଏହି ଚଢଉ ଆରମ୍ଭ ହୋଇଥିଲା । ଏହି ଚଢାଉ ସମୟରେ ବର୍ତ୍ତମାନ ସୁଦ୍ଧା ୬୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗୁଜରାଟ ଏଟିଏସ, ଜିଏସଟି ବିଭାଗ ମିଳିତ ଭାବେ ଏହି ଚଢଉ କରିଛନ୍ତି । ସୁରଟ, ଅହମଦାବାଦ, ଜାମନଗର, ଭରୁଚ ଏବଂ ଭାଭନଗର ପରି ଜିଲ୍ଲାରେ ୧୫୦ରୁ ଅଧିକ ଠିକଣାରେ ଚଢଉ କରାଯାଇଛି । ଅନ୍ତରାଷ୍ଟ୍ରୀୟ ମାର୍ଗରୁ ଟ୍ୟାକ୍ସ ଚୋରି ଏବଂ କଳା ଧନ ଦେଣନେଣକୁ ନେଇ ଏହି ଚଢଉ କରାଯାଇଛି ।
ସାଜିଦ ଏବଂ ଶହଜାଦ ନାମକ ଦୁଇ ଜଣ ବ୍ୟକ୍ତି ରାଜ୍ୟରେ ଜିଏସଟି ଚୋରିର ଏକ ବଡ଼ ରାକେଟ ଚଲାଉଥିଲେ। ଏହି ମାମଲା କୋଟି କୋଟି ଟଙ୍କାର ଜିଏସଟି ଚୋରି ସହ ଜଡ଼ିତ ଥିବା କୁହାଯାଉଛି । ତେଣୁ ଏଟିଏସ ସେମାନଙ୍କ ଉପରେ ନଜର ରଖିଥିଲା ।ଶୁକ୍ରବାର ରାତିରେ ପ୍ରଥମେ ଏହି ଦୁଇଜଣକୁ ଗିରଫ କରାଯାଇଛି ।
ଗୁଜରାଟ ନିର୍ବାଚନରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଓ ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ଗଣତି ପରେ ବାହାରିବ ରେଜଲ୍ଟ । ତାରିଖ ଘୋଷଣା ସହ ଗୁଜରାଟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ୧୭ ନଭେମ୍ବରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ। ନଭେମ୍ବର ୧୫ ରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନଭେମ୍ବର ୧୮ ରେ ଦ୍ବିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲର ଯାଞ୍ଚ ହେବ। ନଭେମ୍ବର ୧୭ ଏବଂ ୨୧ ରେ ନାମାଙ୍କନ ପ୍ରତ୍ୟାହାର ହେବ ।
ବିଧାନସଭାରେ ମୋଟ ୧୮୨ଟି ଆସନ ପାଇଁ ହେବ ନିର୍ବାଚନ । ଗୁଜରାଟରେ ୩୩ ଜିଲ୍ଲାରେ ୪ କୋଟି ୯୦ ଲକ୍ଷ ଲୋକ ରହିଛନ୍ତି। ଏଥର ହେବ ୫୧ ହଜାର ପୋଲିଂ ବୁଥ। ପ୍ରେସମିଟରେ ନିର୍ବାଚନ କମିଶନରାଜୀବ କୁମାର ଏହି ସୂଚନା ଦେଇଛନ୍ତି।