Odia News Portal

ଆଜି ଘୋଷଣା ହେବ ଗୁଜରାଟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ

ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ। ନିର୍ବାଚନ କମିଶନ ଆଜି ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏଥିରେ ଏହି ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ହେବା ସମ୍ଭାବନା ରହିଛି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବରରେ ନିର୍ବାଚନ କମିଶନ ଟିମ୍ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ଗସ୍ତରେ ଯାଇ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ପରିଦର୍ଶନ କରିଥିଲେ। ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ୮ ଜାନୁୟାରୀ ୨୦୨୩ ଏବଂ ୨୩ ଫେବୃଆରୀ ୨୦୨୩ରେ ଶେଷ ହେବ । ଆୟୋଗ ଉଭୟ ରାଜ୍ୟ ବିଧାନସଭାର ପାଞ୍ଚ ବର୍ଷର କାର୍ଯ୍ୟକାଳ ଶେଷ ହେବାର ଛଅ ମାସ ମଧ୍ୟରେ ଯେକୌଣସି ସମୟରେ ନିର୍ବାଚନ କରିପାରିବେ।