Odia News Portal

ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ହସ୍ତକ୍ଷେପ

ମୋର୍ବି ଝୁଲାପୋଲ ଭୁଶୁଡ଼ିବା ମାମଲାରେ ହସ୍ତକ୍ଷେପ କରିଛନ୍ତି ଗୁଜୁରାଟ ହାଇକୋର୍ଟ । କୋର୍ଟ ଏହି ମାମଲାରେ ଗୃହ ବିଭାଗ, ନଗର ଉନ୍ନୟନ ବିଭାଗ, ମୋର୍ବି ମ୍ୟୁନିସିପାଲିଟି, ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ସମେତ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ ନୋଟିସ ଜାରି କରିଛନ୍ତି ।

ଏକ ସପ୍ତାହ ମଧ୍ୟରେ ଏହି ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୪ରେ ହେବ।

ଅକ୍ଟୋବର ୩୦ରେ ଗୁଜୁରାଟର ମୋର୍ବିରେ ମଚ୍ଛୁ ନଦୀ ଉପରେ ବ୍ରିଟିଶ ଅମଳର ଝୁଲାପୋଲ ଭାଙ୍ଗି ଯିବାରୁ ୧୩୫ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୋଲ ମରାମତି କାର୍ଯ୍ୟ କରିଥିବା କମ୍ପାନୀର ମ୍ୟାନେଜରଙ୍କ ସହ ୯ ଜଣଙ୍କୁ ଗିରଫ କରାଯାଇଛି ।