ହଠାତ୍ ନଳ କୂପରୁ ବାହାରିଲା ନିଆଁ । ମଝିରେ ମଝିରେ ପାଣି ତ ପୁଣି ନିଆଁ । ଏପରି ଦୃଶ୍ୟ ଦେଖି ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା । ଲୋକେ ଏହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରିବାକୁ ଲାଗିଲେ । କେହି କେହି ଏହାକ ଗୁଣି ଟୁଣି ମଧ୍ୟ କହିବାକୁ ଲାଗିଲେ । ଆଉ କେହି ବିଜ୍ଞାନର ଚମତ୍କାରୀତା ।
ଏପରି ଦୃଶ୍ୟ ଗତ ବୁଧବାର ଦେଖିବାକୁ ମିଳିଥିଲା ମଧ୍ୟ ପ୍ରଦେଶର ଛତ୍ରପୁର ଅଞ୍ଚଳରେ । ହଠାତ୍ ଉକ୍ତ ଅଞ୍ଚଳର ଏକ ନଳକୂପରୁ ନିଆଁ ବାହାରିବାକୁ ଲାଗିଲା । ଏହି ଘଟଣା ନିଆଁ ପରି ଗାଁରେ ଖେଳିଗଲା । କେହି କେହି ଏହାକୁ ଚମତ୍କାର କହୁଥିବା ବେଳେ କେହି ଏହାକୁ ରାସାୟନିକ ପ୍ରତିକ୍ରିୟା ବୋଲି କହିବାକୁ ଲାଗିଲେ ।