ନକଲି ଡାକ୍ତରଙ୍କ ଶୁଣାଣୀ ବେଳେ ହାଇକୋର୍ଟରେ ଏକ ତଥ୍ୟ ଉପସ୍ଥାପନ କରାଯାଇଛି । ରାଜ୍ୟରେ କେବଳ ୫୧ ପ୍ରତିଶତ ଡାକ୍ତରଙ୍କ କେବଳ ରହିଛି ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଦେଶବ୍ୟାପି କରାଯାଇଥିବା ସର୍ଭେରୁ ହୋଇଛି ସ୍ପଷ୍ଟ । ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟକୁ ଯାଞ୍ଚ କରିବାକୁ ଖଣ୍ଡପିଠ କହିଛନ୍ତି । କେଉଁ ଆଧାରରେ ଏହା ଯାଞ୍ଚ କରାଯିବ, କେବେ ସୁଦ୍ଧା ଯାଞ୍ଚ ପ୍ରକ୍ରିୟା ଶେଷ ହେବ ଏବେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନଥିବା ଡାକ୍ତରଙ୍କ ପାଇଁ କ’ଣ ଦଣ୍ଡ ବିଧାନ କରାଯାଇପାରିବ? ସେ ନେଇ ଜଣାଇବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ତାରିଖ ସୁଦ୍ଧା ଏହା ନିର୍ଦ୍ଧାରିତ କରିବାକୁ କୋର୍ଟ କହିଛନ୍ତି । ଆସନ୍ତା ଜାନୁୟାରୀ ୨୭ରେ ମାମଲାର ପରବର୍ତ୍ତିୀ ଶୂଣାଣୀ ହେବ । ବିଶ୍ୱବ୍ୟାଙ୍କର ସର୍ଭେ ଅନୁଯାୟୀ ଅନ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ଷେତ୍ରରେ ଏହା ମାତ୍ର ୧୮ ପ୍ରତିଶତ ବୋଲି ସର୍ଭେରୁ ସ୍ପଷ୍ଟ ହୋଇଛି ।