Odia News Portal

ରୋପଓ୍ବେ ମଝିରେ ଅଟକିଥିବା ସବୁ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର

ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାର ପରଓ୍ଵାନୁ ନିକଟସ୍ଥ ଟିମ୍ବର ଟ୍ରେଲ ରୋପୱେରେ ଅଟକି ଯାଇଥିବା ଏକ କେବୁଲ କାରରୁ ସମସ୍ତ ୧୧ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏହି ଦୁର୍ଘଟଣା ସୋମବାର ଅପରାହ୍ନ ପ୍ରାୟ ୧:୩୦ ଟାରୁ ୨ଟା ମଧ୍ୟରେ ଘଟିଛି । ଏହି କେବୁଲ୍ କାର୍ ମଝି ଆକାଶରେ ଅଟକି ରହିଥିଲେ | ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି କେବୁଲ୍ କାର୍ ମଝି ବାଟରେ ଅଟକି ଯାଇଥିଲା | ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ମଧ୍ୟ ଟୁଇଟ୍ କରି କହିଛନ୍ତି ଯେ କେବୁଲ କାଳରେ ଅଟକିଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୨ରେ ମଧ୍ୟ ହିମାଚଳ ପ୍ରଦେଶରେ ଏପରି ଏକ ଘଟଣା ଘଟିଥିଲା, ଯେତେବେଳେ ପର୍ଯ୍ୟଟକମାନେ ପରୱାନୁ କାଲ୍କା-ଶିମଲା ଜାତୀୟ ରାଜପଥ ନିକଟରେ ନିର୍ମିତ ଏକ ରୋପୱେ ଟ୍ରଲିରେ ଯାଉଥିବା ବେଳେ ଟ୍ରଲି ହଠାତ୍ ଶହ ଶହ ଫୁଟ ଉଚ୍ଚରେ ହଠାତ୍ ଅଟକି ଯାଇଥିଲା।, ଯାହା ପରେ ସେନା ସାହାଯ୍ୟରେ ଉଦ୍ଧାର କରାଯାଇଥିଲା |