Odia News Portal

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ଅପରାହ୍ନ ସୁଦ୍ଧା ୩୪ ଗେଟ ଖୋଲିବାକୁ ଯୋଜନା

ଗତକାଲି ହୀରାକୁଦର ୨୦ ଗେଟ୍ ଖୋଲାଥିବା ବେଳେ ଆଜି ସକାଳେ ଆଉ ୪ ଗେଟ୍ ଖୋଲାଯାଇଛି। ସେହିପରି ଅପରାହ୍ନ ସୁଦ୍ଧା ମୋଟ ଗେଟ୍ ସଂଖ୍ଯା ୩୪ ରେ ପହଞ୍ଚିବ ବୋଲି ଜଣାପଡିଛି। ସେପଟେ ଉପରମୁଣ୍ଡରୁ ହୀରାକୁଦକୁ ଅପରାହ୍ନ ସୁଦ୍ଧା ପ୍ରାୟ ୬ ଲକ୍ଷ କ୍ୟୁସେକ ପାଣି ଆସିବାର ଆକଳନ କରାଯାଇଛି। ଅପରପକ୍ଷେ, ପ୍ରବଳ ବର୍ଷା ଯୋଗୁଁ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ହୀରାକୁଦରୁ ୩୦ ଗେଟ୍ ଖୋଲିବା ପରେ ସ୍ଥିତି ଅଧିକ ଗମ୍ଭୀର ହେବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ତଳି ଅଞ୍ଚଳର ଲୋକଙ୍କୁ ଆଲର୍ଟ କରି ଦେଇଛି। ସେପଟେ, ହୀରାକୁଦର ପାଣି ପାଇଁ ତଳମୁଣ୍ଡର ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତି ନେଇ ଆଲର୍ଟ କରାଯାଇଛି। ବର୍ତ୍ତମାନ ହୀରାକୁଦକୁ ୪ ଲକ୍ଷ ୩୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୪ ଗେଟ୍ ସମେତ ପାୱାର କେନାଲ ଓ ବିଭିନ୍ନ କେନାଲ ଦେଇ ପ୍ରାୟ ୫ ଲକ୍ଷ କ୍ୟୁସେକ ନିଷ୍କାସିତ ହେଉଛି।