Odia News Portal

ହକି ବିଶ୍ବକପ୍‌, ଭୁବନେଶ୍ବରରେ ସ୍ପେନ୍‌ ଦଳ

ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ ୧୫ତମ ସଂସ୍କରଣ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଦେଶୀ ଦଳ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଲାଗିଛନ୍ତି । ଏହି କ୍ରମରେ ରବିବାର ସ୍ପେନ୍‌ ଦଳ ଭୁବନେଶ୍ବରରେ ପହଞ୍ଚିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ହକି ଇଣ୍ଡିଆ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହାକୁ ମିଶାଇ ମୋଟ ୧୧ଟି ବିଦେଶୀ ଦଳ ଓଡ଼ିଶାରେ ପହଞ୍ଚି ସାରିଲେଣି । ଶନିବାର ଜର୍ମାନୀ ଦଳ ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ଶୁକ୍ରବାର ୭ଟି ଦଳ ବେଲଜିୟମ୍, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ହକି ଦଳ ଭୁବନେଶ୍ବର ଓ ରାଉରକେଲରେ ପହଞ୍ଚିଥିଲେ। ସେହିପରି ଗୁରୁବାର ଚିଲି ଓ ବୁଧବାର ନେଦରଲାଣ୍ଡସ ଦଳ ପହଞ୍ଚିଥିଲେ। ଚଳିତ ମାସ ୧୩ ତାରିଖରେ ପୁରୁଷ ହକି ବିଶ୍ୱକପ-୨୦୨୩ ଆରମ୍ଭ ହେବ।