Odia News Portal

ହକି ବିଶ୍ବକପ୍‌ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଜାନୁଆରୀ ୧୩ରୁ ୨୯ ଯାଏଁ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ବକପ୍ । ଦ୍ବିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ବକପ୍‌ର ଆୟୋଜନ କରୁଥିବାରୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କ୍ରମରେ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କୁ ନିମନ୍ତ୍ରଣ କରାଯାଇଛି ।

ମନ୍ତ୍ରୀ ଅତନୁ ସାବ୍ୟାସାଚି ନାୟକ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କୁ ଭେଟିଥିଲେ। ଆଜି ସକାଳେ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ସାଦରେ ଗ୍ରହଣ କରିବା ସହ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାଲିନ | ଏହି ଅବସରରେ ଷ୍ଟାଲିନଙ୍କ ପୁଅ ତାମିଲନାଡୁ ସରକାର ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ।