Odia News Portal

୧ ଘଂଟା ଆଲିଙ୍ଗନ କରିବାକୁ ୭ ହଜାର ଟଙ୍କା

ବ୍ରିଟେନର ବ୍ରିଷ୍ଟଲ ବାସିନ୍ଦା ଜଣେ ବ୍ୟକ୍ତି ଆଲିଙ୍ଗନକୁ ପେସା ରୂପେ ଚୟନ କରିଛନ୍ତି । ୧ ଘଣ୍ଟା ଆଲିଙ୍ଗନ କରିବାକୁ ସେ ୭ ହଜାର ଟଙ୍କା ନେଉଛନ୍ତି ।
ସ୍ପର୍ଶ ଜରିଆରେ ଜଣଙ୍କ ପ୍ରତି ଯତ୍ନବାନ, ସ୍ନେହ ଓ ସଦିଚ୍ଛା ପ୍ରଦାନ କରାଯାଉଛି ।
କିଛି ଲୋକ ଏହାକୁ ଖରାପ ଅର୍ଥରେ ନେଉଛନ୍ତି । ଏହା ଦ୍ୱାରା ଲୋକେ ଆଲିଙ୍ଗନ ଥେରାପିଷ୍ଟଙ୍କ ସମୟ, ଧ୍ୟାନ ଓ ଯତ୍ନଶୀଳତାକୁ ଭଡ଼ାରେ ନେଇଥାନ୍ତି । ଜଣେ ଅପରିଚିତଙ୍କୁ ଆଲିଙ୍ଗନ କରିବାଠାରୁ ଏହାର ମହତ୍ୱ ଢେର ଅଧିକ । କିଛି ଲୋକ ପ୍ରଥମେ ଏ ନେଇ ଅସହଜ ମନେକରନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ସାଧାରଣ । ସେମାନେ ଖୁବ୍ଶୀଘ୍ର ଆରାମ ଅନୁଭବ କରନ୍ତି ।
୧୦ ବର୍ଷ ପୂର୍ବେ ଟ୍ରେଜର୍ ମାନବ ସମ୍ପର୍କ ପଛର ବିଜ୍ଞାନର ଅନ୍ୱେଷଣ ଆରମ୍ଭ କରିଥିଲେ । ଚଳିତ ବର୍ଷ ମେ ମାସରେ ସେ ଏହାକୁ ବ୍ୟବସାୟର ରୂପ ଦେଇଛନ୍ତି । ଆଲିଙ୍ଗନ ଥେରାପିର ଅନେକ ନିର୍ଦ୍ଦେଶାବଳୀ ରହିଛି । ଲୋକେ କ’ଣ ଚାହୁଁଛନ୍ତି ଏବଂ ସେମାନଙ୍କ ସୀମାକୁ ଏଥିରେ ପ୍ରାଧାନ୍ୟ ଦିଆଯାଉଛି । କେଉଁ ତରିକା ସେମାନଙ୍କୁ ନିରାପଦ ଓ ଶାନ୍ତ ଅନୁଭବ ପ୍ରଦାନ କରିବାରେ ସାହାଯ୍ୟ କରୁଛି, ଏଥିରେ ତାହା ଦେଖାଯାଏ । ଏହା ସାଧାରଣତଃ ବିଶ୍ୱାସ ଓ ଯୋଗାଯୋଗ ଗଢ଼ିବା ଉପରେ ଫୋକସ୍ କରେ ବୋଲି ଟ୍ରେଜର୍ କହିଛନ୍ତି ।