ଆଉ ୧୨ଟି ଚିତା ଆଣିବାକୁ ଆଜି ସକାଳେ ଭାରତୀୟ ବାୟୁସେନାର ପରିବହନ ବିମାନ ‘ସି-୧୭’ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିବା କଥା ‘ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ’ର ଜଣେ ଅଧିକାରୀ କହିଛନ୍ତି।
୧୨ଟିଯାକ ଚିତା ଫେବ୍ରୁଆରି ୧୮ ତାରିଖରେ ଭାରତରେ ପହଞ୍ଚିବେ। ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ, ବିମାନ ଯୋଗେ ଦକ୍ଷିଣ ଆଫ୍ରିକାରୁ ଅଣାଯାଉଥିବା ୧୨ଟି ଚିତାଙ୍କ ନିମନ୍ତେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରାୟ ୧୦ଟି ‘କ୍ବାରେଣ୍ଟିନ୍ ଏନ୍କ୍ଲୋଜର୍’ ତିଆରି କରାଯାଇଛି।
ଗତବର୍ଷ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଏବେ ଏଠାରେ ଥିବା ସେ ଚିତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ଆମେ ସେମାନଙ୍କର ଦେଖାଶୁଣା କରୁଛୁ। ଆଜି ମଧ୍ୟ ମୁଁ ଏ ସଂକ୍ରାନ୍ତରେ ବୈଠକ ଡାକିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ, ଶନିବାର ସକାଳେ ୧୨ଟିଯାକ ଚିତା ପ୍ରଥମେ ଗ୍ବାଲିୟର୍ ଏୟାର୍ ଫୋର୍ସ ବେସ୍ରେ ପହଞ୍ଚିବେ। ୩୦ ମିନିଟ ପରେ ସେମାନଙ୍କୁ ଭାରତୀୟ ବାୟୁସେନା ହେଲିକପ୍ଟର୍ ଯୋଗେ ପ୍ରାୟ ୧୬୫ କିଲୋମିଟର୍ ଦୂର ଶେଓପୁର ଜିଲ୍ଲା ଅନ୍ତର୍ଗତ କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ।
ଆଫ୍ରିକୀୟ ଦେଶରୁ ଚିତା ଆଣି କୁନୋରେ ଛାଡ଼ିବା ଲାଗି ଜାନୁଆରି ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା, ନାମିବ୍ୟା ଏବଂ ବଟ୍ସ୍ୱାନାରେ ପ୍ରାୟ ୭୦୦୦ ଚିତା ଅଛନ୍ତି। ସେଥିରୁ ନାମିବ୍ୟାରେ ଅଛନ୍ତି ସର୍ବାଧିକସଂଖ୍ୟକ ଚିତା।
Sign in
Sign in
Recover your password.
A password will be e-mailed to you.
