Odia News Portal

IAS ସ୍ତରରେ ବଡ଼ଧରଣର ଅଦଳ ବଦଳ

IAS ସ୍ତରରେ ହେଲା ବଡ଼ଧରଣର ଅଦଳ ବଦଳ। IAS ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ଅରବିନ୍ଦ ପାଢ଼ୀ
କୃଷି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାଢ଼ୀଙ୍କୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି IAS ସଞ୍ଜୟ କୁମାର ସିଂହ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ପ୍ରମୁଖ ସଚିବ ହୋଇଥିବାବେଳେ ତାଙ୍କୁ I&PR ସଚିବ, ବିଡିଏ ଭିସି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ବିଷ୍ଣୁପଦ ସେଠୀ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଏଥିସହ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶ୍ୱଥି ଏସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ଓ ସଚିବ ଦାୟିତ୍ୱ ଦିଆଯାଇଛି ।