ଗମ୍ଭୀର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଇଥାଏ। କିନ୍ତୁ ଯଦି ଏହି ବ୍ୟବସ୍ଥା ପଶୁଙ୍କ ପାଇଁ ତିଆରି ହୋଇଥିବ, ତା’ ହେଲେ ଆପଣ କ’ଣ ଭାବିବେ। ଏହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଏବେ ମଧ୍ୟ ପ୍ରଦେଶର ହରଦାରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଏକ ବେସରକାରୀ ଟ୍ରଷ୍ଟ୍ ଗାଈମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରିଛି। ଏହି ଗୋଶାଳାରେ ଗାଈଙ୍କ ପାଇଁ ଆଇସିୟୁ ଓ୍ଵାର୍ଡ ଖୋଲା ଯାଇଛି। ଏହି ଆଇସିୟୁ ଓ୍ଵାର୍ଡରେ ଗମ୍ଭୀର ରୂପେ ଅସୁସ୍ଥ ଥିବା ଗାଈମାନଙ୍କର ଉନ୍ନତ ଚିକିତ୍ସା ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି। ପାଖାପାଖି ସାଢ଼େ ୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଆଇସିୟୁ ଓ୍ଵାର୍ଡ ତିଆରି କରାଯାଇଛି। ଏଠାରେ ଗାଈମାନଙ୍କୁ ଗ୍ରୀଷ୍ମ ଋତୁରେ ଆରାମ ଦେବା ପାଇଁ ଏୟାର କଣ୍ଡିସନର ଲଗାଯାଇଛି। ଏଥିପାଇଁ ଗାଈମାନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ହିଟରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଗାଈଙ୍କ ପାଇଁ ଜରୁରୀ ଜୀବନ ରକ୍ଷକ ଔଷଧ ମଧ୍ୟ ସେଠାରେ ଉପଲବ୍ଧ କରାଯାଇଛି।
କେବଳ ଏତିକି ନୁହେଁ, ଗାଈମାନଙ୍କୁ ଦିଆଯାଉଥିବା ଭ୍ୟାକ୍ସିନକୁ ସୁରକ୍ଷିତ ରଖିବା ପାଇଁ ଏଠାରେ ଏକ ଫ୍ରିଜ୍ ମଧ୍ୟ ରଖାଯାଇଛି। ଏହା ବ୍ୟତୀତ ଏହି ଓ୍ଵାର୍ଡରେ ଗାଈଙ୍କ ପାଇଁ ନର୍ମଦା ନଦୀରୁ ବାଲି ଆଣି ବିଛାଯାଇଛି। ଗାଈଙ୍କ ଶିଙ୍ଗ ଏବଂ ଖୁରରେ ହେଉଥିବା ସଂକ୍ରମଣକୁ ଏଡ଼ାଇବା ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। କହି ରଖୁଛୁ, ଦେଶର କେତେକ ରାଜ୍ୟରେ ଲମ୍ପି ଭାଇରସର ପ୍ରକୋପ ଏବେ ବି ଜାରି ରହିଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା ଓ ପଞ୍ଜାବ ଭଳି ରାଜ୍ୟରେ ହଜାର ହଜାର ସଂଖ୍ୟାରେ ଗାଈମାନଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ରାଜସ୍ଥାନର ଅବସ୍ଥା ବହୁତ ଖରାପ ନଜର ଆସିଛି। ଏଠାରେ ଗାଈମାନଙ୍କୁ ପୋତିବା ପାଇଁ ଜାଗାର ଅଭାବ ଦେଖାଦେଇଛି। କିଛି ଦିନ ପୂର୍ବେ ଏଠି ଗାଈମାନଙ୍କ ମୃତଦେହ ଏତେତେଣେ ପଡ଼ିଥିବାର ଦେଖାଯାଇଥିଲା। ଏମିତିରେ ଗାଈଙ୍କ ପାଇଁ ଆଇସିୟୁ ଭଳି ବ୍ୟବସ୍ଥା ଏ ପ୍ରକାର ରୋଗରୁ ବର୍ତ୍ତିବାରେ ଅତ୍ୟନ୍ତ ସହାୟକ ହୋଇପାରିବ।
Sign in
Sign in
Recover your password.
A password will be e-mailed to you.