Odia News Portal

ଗୁଳିଫୁଟି ଗଂଜାମ ଗାଙ୍ଗପୁର ଥାନା IIC ମୃତ

ଗଂଜାମ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗଙ୍ଗାମ ଗୁଳି ଫୁଟି ମୃତ । ଆଇଆଇସିଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଇଆଇସିଙ୍କୁ ଗୁଳି ବାଜିବା ନେଇ ଗଂଜାମ ଏସପି କହିଛନ୍ତି।

ତେବେ ନିଜ ବନ୍ଧୁକରୁ ଗୁଳି ବାଜି ଆଇଆଇସିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଦୁଇଟି ଗୁଳି ତାଙ୍କ ଅଣ୍ଟା ତଳେ ବାଜିଛି। ତେବେ କେଉଁ କାରଣରୁ ଗୁଳି ବାଜିଲା ତାହା ଜଣାପଡିନାହିଁ।