Odia News Portal

ଶିବଲିଙ୍ଗକୁ ନେଇ ଆପତ୍ତିଜନକ ପୋଷ୍ଟ କରି ଗିରଫ ହେଲେ AIMIM ପ୍ରବକ୍ତା ଡାନିସ କ୍ୟୁରେସି

ଶିବଲିଙ୍ଗକୁ ନେଇ ଆପତ୍ତିଜନକ ପୋଷ୍ଟ କରି ଗିରଫ ହେଲେ ଏଆଇଏମଆଇଏମ ପ୍ରବକ୍ତା ଡାନିସ କୁ୍ୟରେସି । ତାଙ୍କୁ ହାଇଦରାବାଦର ସାଇବର ଅପରାଧ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି । ରିପୋର୍ଟ ଅନୁସାରେ ଡାନିସ ଜ୍ଞାନବ୍ୟାପି ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପତ୍ତିଜନକ ପୋଷ୍ଟ କରିଥିଲେ। ସେଥିପାଇଁ ବିଶ୍ୱ ହିନ୍ଦୁ ପରିଷଦର ଜଣେ ସଦସ୍ୟ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ।ସାଇବର କ୍ରାଇମ ବିଭାଗର ଆସିଷ୍ଟାଣ୍ଟ କମିଶନର ଜେଏମ ଯାଦବହ କହିଛନ୍ତି ତାଙ୍କ ଟିମ୍‌ ଡାନିସ କ୍ୟୁରେସି ନାମରେ ଥିବା ଟୁଇଟର ହ୍ୟାଣ୍ଡେଲରୁ କରାଯାଇଥିବା ପୋଷ୍ଟ ପରେ ସେହି ଆକାଉଣ୍ଟର ୟୁଜରଙ୍କୁ ଖୋଜୁଥିଲା। ଏହି ଟୁଇଟ ହିନ୍ଦୁ ଭାବନାକୁ କ୍ଷତି ପହାଞ୍ଚାଉଥିଲା।

ପ୍ରଥମେ ଟିମ୍‌ ଟେକ୍ନିକାଲ୍‌ ଗବେଷଣା କରିଥିଲା ଓ ତାପରେ ଡାନିସଙ୍କୁ ଗିରଫ କରାଯାଇଛି । ଏଆଇଏମଆଇଏମର ପ୍ରବକ୍ତା ଜ୍ଞାନବ୍ୟାପି ମସଜିଦରୁ ଶିବଲିଙ୍ଗ ମିଳିଛି ବୋଲି ଦାବୀ ହେବା ପରେ ବିବାଦିତ ପୋଷ୍ଟ କରିଥିଲେ। ତା ସହିତ ପୋଷ୍ଟରେ ଶିବଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ହିନ୍ଦୁ ଭାବନା କ୍ଷତି ପହଞ୍ଚାଉଛନ୍ତି ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଭିଯୋଗ କରା ଯାଇଥିଲା। ସାଇବର ଅପରାଧ ବିଭାଗର ଟିମ୍‌ କ୍ୟୁରେଶୀ ଶାହପୁରରେ ଅଛନ୍ତି ବୋଲି ଜାଣିବା ପରେ ତାଙ୍କୁ ସେଠାରୁ ଗିରଫ କରିଛି ।