Odia News Portal

ମାଲେସିୟା ଗସ୍ତରେ ଭାରତୀୟ ଯବାନ

ଭାରତୀୟ ବାୟୁସେନାର ଏକ ଦଳ ଶୁକ୍ରବାର ମାଲେସିଆ ଗସ୍ତରେ ଯାଇଛନ୍ତି। ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର‌୍ୟ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗନେବେ। ଏହି କାର‌୍ୟ୍ୟକ୍ରମ ଭାରତୀୟ ବାୟୁସେନା ଓ ରୟାଲ ମାଲେସିୟାନ୍ ବାୟୁସେନା ମଧ୍ୟରେ ଯୁଦ୍ଧାଭ୍ୟାସ ପାଇଁ ଆୟୋଜନ କରାଯାଇଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଦଳ ଏସୟୁ-୩୦ ଏମକେଆଇ ଏବଂ ସି-୧୭ ବିମାନକୁ ନେଇ ‘ଉଦାରଶକ୍ତି’ କାର‌୍ୟ୍ୟକ୍ରମରେ ଭାଗନେବେ। ଏହି ସମରାଭ୍ୟାସରେ ଭାରତୀୟ ବାୟୁସେନାର ଯବାନମାନେ ବହୁତ କିଛି ନୁତନ ଶିକ୍ଷା ହାସଲ କରିପାରିବେ। ଏହା ସହିତ ଯୁଦ୍ଧକ୍ଷମତା ଉପରେ ମଧ୍ୟ ଚର୍ଚ୍ଚା କରିପାରିବେ। ଚାରିଦିନିଆ ଏହି ସମରାଭ୍ୟାସରେ ଯବାନମାନେ ଆକାଶମାର୍ଗରେ ମଧ୍ୟ ସମରାଭ୍ୟାସ କରିବେ। ସୂଚନା ଥାଉକି ଭାରତୀୟ ଦଳ ଶୁକ୍ରବାର ସିଧାସଳଖ ଯାଇ କୁଆଁତାନରେ ଥିବା ରୟାଲ ମାଲେସିଆ ଏୟାରଫୋର୍ସ ବିମାନବନ୍ଦରରେ ଅବତରଣ କରିଥିଲେ।